ବୁଡିଲା ପଞ୍ଚଲିଙ୍ଗେଶ୍ୱର ପୀଠ, ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା
About this video
ବୁଡିଲା ପଞ୍ଚଲିଙ୍ଗେଶ୍ୱର ପୀଠ, ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା is a video by ETVBHARAT, published on October 29, 2026. Stream it on TubeSearch Pro for a clean, distraction-free viewing experience and explore more related videos from ETVBHARAT below.
Description

ବାଲେଶ୍ୱର: ଉତ୍ତର ଓଡ଼ିଶାର ପ୍ରସିଦ୍ଧ ତଥା ଐତିହାସିକ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ମନ୍ଦିରରେ ଅର୍ଣ୍ଣବ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ପାଣିରେ ଭର୍ତ୍ତି ହୋଇଯାଇଥିଲା । ପୂଜାର୍ଚ୍ଚନା ଚାଲିଥିବା ସମୟରେ ହଠାତ୍ ଦେବଗିରି ପାହାଡ଼ ଉପରୁ ପ୍ରବଳ ବେଗରେ ପାଣି ମାଡ଼ି ଆସିବାରୁ କିଛି ଘଣ୍ଟା ପାଇଁ ପୂଜା ବନ୍ଦ ରହିଥିଲା। ଏହାସହ ପୀଠରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିକଟକୁ ଯାଇ ଦର୍ଶନ କରିବା ଉପରେ କଟକଣା ଲଗାଯାଇଛି ।

ଅର୍ଣ୍ଣବ ପ୍ରଭାବରେ ଦେବଗିରି ପାହାଡ଼ର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଏହାର ପ୍ରଭାବରେ ପାହାଡ଼ିଆ ଝରଣାର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିଲା। ଫଳରେ ପ୍ରଖର ସ୍ରୋତରେ ପାଣି ମନ୍ଦିର ପୀଠ ଆଡ଼କୁ ମାଡ଼ି ଆସିଥିଲା । ପୂଜକମାନେ ପୂଜାର୍ଚ୍ଚନା କରୁଥିବା ସମୟରେ ପୂଜା ମଣ୍ଡପ ଉପରେ ମଧ୍ୟ ପାଣି ପ୍ରବାହିତ ହେବାକୁ ଲାଗିଥିଲା । ପାଣିର ପ୍ରଖର ସୁଅ ଦେଖି ସେଠାରେ ଉପସ୍ଥିତ ସେବାୟତ ଓ ଭକ୍ତମାନେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ଜଳ ପ୍ରବାହ ଅତ୍ୟନ୍ତ ତୀବ୍ର ଥିବାରୁ ପୀଠର ପଥୁରିଆ ରାସ୍ତା ଓ ପାହାଚଗୁଡ଼ିକ ବିପଦସଙ୍କୁଳ ହୋଇପଡ଼ିଥିଲା । ଏଥିଯୋଗୁଁ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାରେ କଟକଣା ଲଗାଯାଇଛି ।

ଏ ସମ୍ପର୍କରେ ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ କହିଛନ୍ତି, "ଶ୍ରଦ୍ଧାଳୁମାନଙ୍କ ପାଇଁ ଦୂରରୁ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ଯେଉଁ ସ୍ଥାନରେ ଅଧିକ ପାଣି ଜମି ରହିଛି ଏବଂ ଜଳସ୍ରୋତ ପ୍ରଖର ରହିଛି, ସେଠାକୁ ନଯିବାକୁ ଭକ୍ତମାନଙ୍କୁ ବାରଣ କରାଯାଉଛି । ସୁରକ୍ଷା ବ୍ୟବସ୍ଥା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ଶ୍ରଦ୍ଧାଳୁମାନେ ଧୈର୍ଯ୍ୟ ଧରି ପ୍ରଶାସନର ନିର୍ଦ୍ଦେଶ ମାନନ୍ତୁ । ପ୍ରବଳ ଜଳସ୍ରୋତ ଯୋଗୁଁ ପୀଠରେ ଥିବା କେତେକ ଗେଟ୍ ଭାଙ୍ଗିରୁଜି ଯାଇଛି । ସେଗୁଡ଼ିକର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ସମସ୍ତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ ହେବା ପରେ ଶ୍ରଦ୍ଧାଳୁଙ୍କୁ ନିକଟକୁ ଯାଇ ଦର୍ଶନ କରିବା ପାଇଁ ଅନୁମତି ଦିଆଯିବ ।"

ଏହା ବି ପଢନ୍ତୁ- ବାତ୍ୟା 'ଅର୍ଣ୍ଣବ' ପରେ ଦକ୍ଷିଣ ଓଡ଼ିଶା ବେହାଲ ! ଗଞ୍ଜାମ ଓ ଗଜପତିରେ ଜନଜୀବନ ବାଧାପ୍ରାପ୍ତ, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଇଟିଭି ଭାରତ, ବାଲେଶ୍ୱର