ବାତ୍ୟା 'ଅର୍ଣ୍ଣବ'; ରାୟଗଡାରେ ବିଶେଷ କ୍ଷୟକ୍ଷତି ହୋଇନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ
About this video
ବାତ୍ୟା 'ଅର୍ଣ୍ଣବ'; ରାୟଗଡାରେ ବିଶେଷ କ୍ଷୟକ୍ଷତି ହୋଇନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ is a video by ETVBHARAT, published on October 29, 2026. Stream it on TubeSearch Pro for a clean, distraction-free viewing experience and explore more related videos from ETVBHARAT below.
Description

ରାୟଗଡ଼ା: ପ୍ରବଳ ଗର୍ଜିଲା ହେଲେ ରାୟଗଡା ଜିଲ୍ଲାରେ କୌଣସି ପ୍ରଭାବ ପକାଇଲା ନାହିଁ ବାତ୍ୟା 'ଅର୍ଣ୍ଣବ' । ବାତ୍ଯାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ଜିଲ୍ଲାରେ ସେପରି କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଜିଲ୍ଲାର ମୋଟ ୫ଟି ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ତୁରନ୍ତ ଅବରୋଧ ହଟାଇ ଦିଆଯାଇଥିଲା ।

ଦୁଇ ଦିନ ମଧ୍ଯରେ ଜିଲ୍ଲାରେ ମୋଟ ୬୨ ମିଲିମିଟର ବର୍ଷା ହୋଇଛି । ତେବେ ସମ୍ଭାବ୍ଯ ବାତ୍ଯାକୁ ଦୃଷ୍ଟିରେ ରଖି ପଦ୍ମପୁର ବ୍ଲକରେ ୪୬ଜଣଙ୍କୁ ବାତ୍ଯା ଆଶ୍ରୟସ୍ଥଳୀରେ ରଖାଯାଇଥିବା ବେଳେ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ଯ ଯୋଗାଇଦିଆଯାଇଛି ।

ସେହିପରି ତିନୋଟି ବ୍ଲକରେ ତିନୋଟି କଚ୍ଚା ଘର ଆଂଶିକ କ୍ଷତି ହୋଇଥିବା ବେଳେ ପ୍ରଶାସନ ପ୍ରଭାବିତଙ୍କୁ ତ୍ବରିତ ସହାୟତା ପ୍ରଦାନ କରିଛି । ସେହିପରି ମାତୃ ଓ ଶିଶୁଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ବେଳେ ବାତ୍ଯା ଅର୍ଣ୍ଣବର ସେପରି କିଛି ପ୍ରଭାବ ପଡିନି ବୋଲି ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ- ବାତ୍ୟା 'ଅର୍ଣ୍ଣବ' ପରେ ଦକ୍ଷିଣ ଓଡ଼ିଶା ବେହାଲ ! ଗଞ୍ଜାମ ଓ ଗଜପତିରେ ଜନଜୀବନ ବାଧାପ୍ରାପ୍ତ, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଇଟିଭି ଭାରତ, ରାୟଗଡା