Cyclone Arnab: ଅଶାନ୍ତ ସମୁଦ୍ର, ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ
About this video
Cyclone Arnab: ଅଶାନ୍ତ ସମୁଦ୍ର, ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ is a video by ETVBHARAT, published on October 27, 2026. Stream it on TubeSearch Pro for a clean, distraction-free viewing experience and explore more related videos from ETVBHARAT below.
Description

ଗଞ୍ଜାମ(ଗୋପାଳପୁର): ଅତି ଭୀଷଣ ରୂପ ନେଇ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ଅର୍ଣ୍ଣବ । ଆସନ୍ତାକାଲି ଆନ୍ଧ୍ର ଉପକୂଳ ଛୁଇଁବ । ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଲାଣି । ଅଶାନ୍ତ ହେଲାଣି ସମୁଦ୍ର । ବଡ଼ ବଡ଼ ଜୁଆର ଆସୁଥିବା ବେଳେ ଜାରି ରହିଛି ତୁହାକୁ ତୁହା ବର୍ଷା । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ଏଥିସହିତ ସଜାଗ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ଅନ୍ୟପଟେ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଗୋପାଳପୁର ବନ୍ଦର ପକ୍ଷରୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଆନ୍ଧ୍ରପ୍ରଦେଶର ପ୍ରାୟ ୩୪ ଗୋଟି ମାଛଧରା ଡଙ୍ଗାକୁ ବନ୍ଦରର ହାର୍ବରରେ ମଧ୍ୟରେ ସୁରକ୍ଷିତ ଆଶ୍ରୟ ପ୍ରଦାନ କରାଯାଇଛି । ପାଣିପାଗ ସୂଚନା ଅନୁସାରେ, ବାତ୍ୟା ଅର୍ଣ୍ଣବ ଗତ 6 ଘଣ୍ଟାରେ 20 କିମି ବେଗରେ ଗତି କରୁଛି । ବର୍ତ୍ତମାନ ଗୋପାଳପୁର ଠାରୁ 380 କିମି ଦୂରରେ ଅଛି । ତେବେ ଗୋପାଳପୁରରେ କିପରି ରହିଛି ସ୍ଥିତି ସେ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ...

ଏହା ମଧ୍ୟ ପଢନ୍ତୁ:
ଲାଇଭ Cyclone Arnab Live Updates: ବାତ୍ୟା ପାଇଁ 48 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର, 12 ଟ୍ରେନ ବାତିଲ୍, ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ, ଖୋରଧାରେ ଦୁଇ ଦିନ ସ୍କୁଲ ଛୁଟି