ପାତ୍ରପୁରରେ ମହାଦ୍ରୁମ ଉପାଡ଼ି ଦେଲା ବାତ୍ୟା ଅର୍ଣ୍ଣବ, ରାସ୍ତାରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ
About this video
ପାତ୍ରପୁରରେ ମହାଦ୍ରୁମ ଉପାଡ଼ି ଦେଲା ବାତ୍ୟା ଅର୍ଣ୍ଣବ, ରାସ୍ତାରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ is a video by ETVBHARAT, published on October 28, 2026. Stream it on TubeSearch Pro for a clean, distraction-free viewing experience and explore more related videos from ETVBHARAT below.
Description

ବ୍ରହ୍ମପୁର (ଗଞ୍ଜାମ): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବ୍ଳକର ପାତ୍ରପୁର ଠାରୁ ବୁରାତାଲକୁ ସ୍ଯୋଗ କରୁଥିବା ରାସ୍ତା ଉପରେ ବହୁ ଗଛ ଭାଙ୍ଗି ପଡ଼ିଛି । ଫଳରେ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି ।

ସେପଟେ ଏଭଳି ଗଛ ପଡ଼ିଥିବାରୁ ଓଡ଼୍ରାଫ୍ (ODRAF) ଟିମ୍ ପକ୍ଷରୁ ଗଛ କାଟିବା କାର୍ଯ୍ୟ ଜାରି ରହିଛି । ପାତ୍ରପୁର ବ୍ଳକର ସାମନ୍ତରାୟ ପଞ୍ଚାୟତ ମୁଖ୍ୟ ରାସ୍ତାରେ ଗଛ ପଡିରହିଥିବା ଯୋଗୁଁ ଯାତାୟାତ ସମସ୍ୟା ଉପୁଜିଥିବା ବେଳେ ଓଡ଼୍ରାଫ୍ ଟିମ୍ ପହଞ୍ଚି ଗଛ ଗୁଡିକୁ କାଟିବା କାର୍ଯ୍ୟ ଜାରି ରଖିଛନ୍ତି ।

ସପଟେ ଚିକିଟି ଠାରୁ ପିତାତଳି ରାସ୍ତାରେ ଅନେକ ଗଛ ପବନରେ ଭାଙ୍ଗି ମୁଖ୍ୟ ରାସ୍ତାରେ ପଡ଼ିଥିଲା । ଅଗ୍ନିଶମ ବିଭାଗର ଟିମ୍ ଗଛ ଗୁଡ଼ିକୁ କାଟି ସଫେଇ କରିଛନ୍ତି । ପ୍ରାୟ ୨୦ରୁ ଉର୍ଦ୍ଧ୍ବ ସ୍ଥାନରେ ବଡ଼ ବଡ଼ ଗଛ ପଡ଼ିଥିଲା । ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ଗାଡ଼ି ଯେପରି ଯାଇପାରିବ ସେନେଇ ରାସ୍ତାରେ ପଡ଼ିଥିବା ଗଛ କାଟି ସଫେଇ କାର୍ଯ୍ୟ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...

ଗଞ୍ଜାମରେ ବାତ୍ୟା ଅର୍ଣ୍ଣବ ସମୟରେ ଜନ୍ମ ହେଲା ଶିଶୁପୁତ୍ର, ନାମକରଣ କରାଗଲା 'ଅର୍ଣ୍ଣବ'

ପୁରୀରେ ବାତ୍ୟା ଅର୍ଣ୍ଣବ ପ୍ରଭାବ; ପୁରୀ ପୋଲିସ ପକ୍ଷରୁ ସମୁଦ୍ରକୂଳରେ ନିରନ୍ତର ପାଟ୍ରୋଲିଂ

ଇଟିଭି ଭାରତ, ବ୍ରହ୍ମପୁର